bjd

ବିଜେଡି ପ୍ରତିଷ୍ଠା ଦିବସ : ଆନନ୍ଦ ଭବନ ଠାରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ଯାତ୍ରା ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ):  ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ମାଲ୍ୟର୍ପଣ କରିଛନ୍ତି। ଏହାପରେ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିସହ କଟକର ବିଭିନ୍ନ ବିଭିନ୍ନ ଜଗାରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଫଳ ବଣ୍ଟନ, ଶପଥ ଗ୍ରହଣ ଇତ୍ୟାଦି କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି।

ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଜନତାଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ବିଜୁ ଜନତା ଦଳ ପାଇଁ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଆଜି ପ୍ରତିଷ୍ଠା ଦିବସରେ କଣ ବଡ଼ ବାର୍ତ୍ତା ରହିଛି ତା ଉପରେ ସମସ୍ତଙ୍କ ନଜର ରହିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।