You are currently viewing ପିପିଲି ଉପନିର୍ବାଚନ ପାଇଁ ମାର୍ଗଦର୍ଶିକା ଜାରି

ପିପିଲି ଉପନିର୍ବାଚନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର-୨୨.୦୪.୨୦୨୧, କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ମଧ୍ୟରେ ନିର୍ବାଚନ ହେଉଥିବାରୁ ପିପିଲି ଉନିର୍ବାଚନ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସିଇଓ ସୁଶୀଲ ଲୋହାନୀ । ମେ’ ୧୩ରେ ଇଦ୍‌ –ଉଲ୍‌- ଫିତର ପଡୁଥିବାରୁ ନିର୍ବାଚନୀ ତାରିଖକୁ ଘୁଞ୍ଚାଇ ଦିଆଯାଇଛିା । ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ମେ’ ୧୩ ରେ ହେବକୁ ଥିବାବେଳେ ବର୍ତ୍ତମାନ ଏହା ମେ’ ୧୬ ତାରିଖରେ ହେବ । ପିପିଲିରେ ୧୩ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯିବ । ରାଜନୈତିକ ସଭା, ସମାବେଶକୁ ବାରଣ କରାଯାଇଛି । କେବଳ ଭର୍ଚୁଆଲ ମାଧ୍ୟମରେ ପ୍ରଚାର ହେବ । ଘରକୁ ଘର ବୁଲି ସର୍ବାଧିକ ୫ଜଣଙ୍କୁ ଏକାଠି ହେବାକୁ ଅନୁମତି ମିଳିଛି । ଏହାବ୍ୟତୀତ ଭୋଟଗ୍ରହଣ କେନ୍ଦ୍ରରେ ଭୋଟଦାତାଙ୍କ ତାପମାତ୍ରା ମପାଯିବ । ସେମାନଙ୍କ ପାଖେ କିଛି ଲକ୍ଷଣ ଦେଖାଗଲେ ସେମାନଙ୍କୁ ଟୋକନ ଦିଆଯିବ ଏବଂ ସନ୍ଧ୍ୟା ୫ ଟା ପରେ ସେମାନେ ଭୋଟ ଦେଇପାରିବେ । ଭୋଟ ଦେବା ପାଇଁ ସମସ୍ତ ଙ୍କୁ ଗୋଟିଏ ଗୋଟିଏ ଗ୍ଲୋଭସ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।