You are currently viewing ଚର୍ଚ୍ଚାରେ ବିଜେଡି ନେତା

ଚର୍ଚ୍ଚାରେ ବିଜେଡି ନେତା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର. ଏଏନଏସ (୫.୯.୨୨) : ମୁଖ୍ୟମନ୍ତ୍ରୀଙ୍କୁ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ମିଳିଥିବା ଆୱାର୍ଡ ପ୍ରଦାନ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବିଜେଡି ବିଧାୟକ ଓ ନେତାମାନେ ଦିଲ୍ଲୀ ବିମାନ ବନ୍ଦରରେ ମଦ ପିଇ ମାତାଲ ହୋଇଥିଲେ । ଏହା ସହିତ ବିମାନର ପାଇଲଟଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ବର୍ତ୍ତମାନ ଏହି ଘଟଣା ଏବେ ଚର୍ଚ୍ଚାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ୍ ତରଫରୁ ଏକ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ସମାରୋହରେ ସାମିଲ ହେବାକୁ ଆସିଥିବା ବିଜେଡି ଦଳର ଛାତ୍ର , ଯୁବକ, ଓ ମହିଳା ସଂଗଠନ ।

ତେବେ ପୁରସ୍କାର ଉତ୍ସବରେ ସାମିଲ ହୋଇ ଫେରିବା ସମୟରେ ନୂଆ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଉଞ୍ଜରେ ଯୁବ ବିଜେଡି ସଭାପତି ତଥା ବ୍ୟେବକେଶ ରାୟ ଓ ତାଙ୍କ ୧୨ ଅଧିକାରୀ ମଦ ପିଇ ଫେରିଥିବା ଜଣାପଡିଛି । ଯେହେତୁ ସେମାନେ ମଦ ପିଇ ମାତାଲ ଥିଲେ ତେବେ ସେମାନେ ବୋର୍ଡିଂ ନେଇପାରି ନଥିଲେ । ଏହି ମାତାଲ ନେତାମାନେ ଇଣ୍ଡିଗୋ ବିମାନର ପାଇଲଟଙ୍କ ସହିତ ଯୁକ୍ତିତର୍କ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।