bjp president

ରାଜ୍ୟରେ ଏକା ଲଢ଼ିବ ବିଜେପି, ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଏଏନଏସ: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏନେଇ ସେ ସୋସିଆଲମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ବିଜେପି ଏକାକୀ ଲଢିବ ଆଉ ସରକାର କରିବ।

ମନମୋହନ ସାମଲ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଓ ସରକାର ବି କରିବ । ଅନ୍ୟପଟେ ମେଣ୍ଟ ଚର୍ଚ୍ଚାକୁ ନେଇ ଉଭୟ ବିଜେଡି ଓ ବିଜେପି ଭିତରେ ସିଟ ଭାଗବଣ୍ଟାର  ଅଙ୍କ ଛିଡୁନଥିବା ବେଳେ ଆଜି ମନମୋହନ ସାମଲ ସୋସିଆଲ ମିଡିଆରେ ଏନେଇ ସ୍ପଷ୍ଟ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।