You are currently viewing ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୨୩.୧୨.୨୦୨୧, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜେଶ ରଥ ଜିଲ୍ଲା ସଭାପତି ବିଜୁ ଛାତ୍ର ଜନତା ଦଳ ଓ ନାରାୟଣ ପ୍ରସାଦ ସିଂ ରାଜ୍ୟ ସାଧାରଣ ସମ୍ପାଦକଙ୍କ ମିଳିତ ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।   ନରେନ୍ଦ୍ର କୋଣ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । 

ଏକ ଏହି ରକ୍ତ ଦାନ ଶିବିରକୁ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଉଦଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୧୫୩ର ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।  ଏହି ଶିବିରରେ ସବ୍ୟସାଚୀ ମହାପାତ୍ର,ନଗର ସଭାପତି,ବିଜୁ ଜନତା ଦଳ ପୁରୀ ନଗର, ସୁନିଲ ମହାନ୍ତି  ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।