masquito

ଆଜିଠାରୁ ରାଜଧାନୀରେ ଡେଙ୍ଗୁ ଚେକିଙ୍ଗ୍, ଘରୁ ମଶା ବାହାରିଲେ ଗଣିବେ ଫାଇନ୍


ଭୁବନେଶ୍ୱର(ଏଏନଏସ୍): ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଚେକିଙ୍ଗ୍ ଆରମ୍ଭ କରିବ ବିଏମସି । ଏନେଇ ଆଜିଠାରୁ ଆଦାୟ ହେବ ଫାଇନ୍ । ମଶା ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ ଆଜିଠୁ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବ ବିଏମସି । ଆବାସିକ ପାଇଁ ୧୦୦୦ ଓ ଅନୁଷ୍ଠାନ ପାଇଁ ୫୦୦୦ ଫାଇନ ପଡିବ ବୋଲି ପୂର୍ବରୁ ନିଷ୍ପତି ନେଇଛି bmc। ଡେଙ୍ଗୁ ମୁକାବିଲା ପାଇଁ ବିଏମସି ପକ୍ଷରୁ ଡାକ୍ତରଙ୍କ ସମେତ ଅଙ୍ଗନବାଡି, ଆଶାକର୍ମୀ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସର୍ଭେ କରିବା ସହିତ ଲୋକଙ୍କୁ ସଚେତନ କରିବେ ।

ଆଜିଠୁ ରାଜଧାନୀରେ ନୂଆ ନିୟମ ଲାଗୁ ହୋଇଛି। ଘରେ କିମ୍ବା ଘର ଠାରୁ ୫ମିଟର ଦୂରରେ ପାଣି ଜମିଲେ କିମ୍ବା ଛାତ ଉପରେ ଅଧିକ ଦିନ ପାଇଁ ପାଣି ଜମିଲେ ରାଜଧାନୀବାସୀ ତଣ୍ଡ ଗଣିବେ। ଡେଙ୍ଗୁ ରୋକିବାକୁ ବିଏମ୍‌ସି କମିଶନର ଏପରି କରୁଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।