You are currently viewing ଗଞ୍ଜେଇ ମାଫିଆଙ୍କ ରୋଷର ଶିକାର ହେଲେ ଅବକାରୀ ବିଭାଗ  କର୍ମଚାରୀ

ଗଞ୍ଜେଇ ମାଫିଆଙ୍କ ରୋଷର ଶିକାର ହେଲେ ଅବକାରୀ ବିଭାଗ କର୍ମଚାରୀ

  • Post category:ଓଡିଶା
  • Reading time:1 mins read

କୋରାପୁଟ(ଏଏନଏସ)୨୯/୦୪, ଗଞ୍ଜେଇଧରିବାକୁ ଯାଇ ହଟହଟା ହେବା ସହ ଗଂଜେଇ ମାଫିଆ ଓ ସହଜି ମାନଙ୍କ ଆକ୍ରମଣ ର ଶିକାର ହେବାସହ ପ୍ରାୟ ୧୫ଜଣ ଅବକାରୀ ଓ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଏପରି ଏକ ଘଟଣା ଘଟିଛି ପାଡୁଆ ଥାନା ଅନ୍ତର୍ଗତ ପରଜାବଡପଡା ପଂଚାୟତ ର ଡାଙ୍ଗବିର ଗାଁ ରେ। ଗତକାଲି ରାତିରେ ଅବକାରୀ ବିଭାଗ ଓ ନନ୍ଦପୁର ଥାନା ପୋଲିସ ମିଳିତ ଭାବରେ କୌଣସି ସୂତ୍ର ରୁ ଖବର ପାଇ ଗଞ୍ଜେଇ ଜବତ କରିବା ପାଇଁ ଅମଳାବାଡ଼ ଗାଁ କୁ ଯାଇଥିଲେ। ତେବେ ବର୍ଷା ହୋଇଥିବାରୁ ଗାଡି ଗାଁ ପର୍ଯ୍ୟନ୍ତ ଯାଇ ପାରି ନ ଥିଲା। ଫଳରେ ଚଡାଉରେ ସାମିଲ ଥିବା ଦୁଇ ବିଭାଗର କର୍ମଚାରୀ ମାନେ ଗାଁର ଦୁଇଟି ଘରେ ଚୋରାରେ ଗଛିତ ରହିଥିବା ପ୍ରାୟ ଦେଢ଼ ଟନ ଗଞ୍ଜେଇ ଜବତ କରି ନିଜେ ବୋହି ଗାଡି ରେ ଆଣି ରଖିଥିବା ନେଇ ସୂଚନା ଦେଇଛନ୍ତି ଚଢ଼ାଉରେ ସାମିଲ ଥିବା ଅବକାରୀ ବିଭାଗର ତ୍ରିଲୋଚନ।

ତେବେ ମେକ୍ସପିକ ଅପ ଗାଡ଼ିରେ ଗଂଜେଇ ଲୋଡ଼ ହେବା ପରେ ବର୍ଷା ଯୋଗୁ ଗାଡି ଆଗକୁ ଯାଇ ପାରି ନ ଥିଲା। ଏହି ସମୟରେ ପାହାଡ଼ ଉପରୁ ଗଂଜେଇ ମାଫିଆ ଓ ସହଯୋଗୀ ମାନେ ଅବକାରୀ ଓ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ପଥର ମାଡ଼ ରେ କିଛି ଅବକାରୀ ଓ ପୋଲିସ କର୍ମଚାରୀ ଆହତ ବି ହୋଇଛନ୍ତି। ଏହା ଦେଖି ଗଂଜେଇ ଲଦା ହୋଇଥିବା ଗାଡି ଛାଡି ଦେଇ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସେଠାରୁ ଫେରି ଆସୁଥିବାବେଳେ, ଡାଙ୍ଗବିର ଗାଁ ଲୋଜେ ଗାଡି ଅଟକାଇ ଗାଡ଼ିରେ ଥିବା ୮ ଜଣଙ୍କୁ ଅଟକ ରଖିଥିଲେ। ଖବର ପାଇ ପାଡୁଆ ଥାନା ପୋଲିସ ସେଠାରେ ପହଂଚିବାରୁ ସେମାନଙ୍କୁ ମଧ୍ୟ ଗାଁ ଲୋକେ ଅଟକ ରଖିଥିଲେ। ଏହି ସମୟ ମଧ୍ୟରେ କିଛି ଗଂଜେଇ ମାଫିଆ ଗାଡ଼ିରେ ଲଦା ହୋଇଥିବା ଗଂଜେଇ ଗୁଡିକୁ କାଢି ନେଇ ଗାଡ଼ିରେ କିଛି ଛେଳି କୁ ରଖି ଘଟଣାକୁ ଅନ୍ୟ ରୂପ ଦେବାପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରିକି ଗାଡିର ଡ୍ରାଇଭରକୁ ମାଫିଆ ମାନେ ମାଡ଼ ମଧ୍ୟ ମାରିଛନ୍ତି। ଅଟକ କର୍ମଚାରୀ ମାନଙ୍କୁ ମୁକୁଳାଇବା ପାଇଁ ନନ୍ଦପୁର ରୁ ଫୋର୍ସ ଯାଇ ଡାଙ୍ଗବିର ଗାଁ ରେ ପହଂଚି ଥିଲେ ବି ପ୍ରଥମେ ଲୋକେ ଅଟକ ପୋଲିସ ଓ ଅବକାରୀ କର୍ମଚାରୀ ମାନଙ୍କୁ ଛାଡି ନ ଥିଲେ। ପରେ ସେମାନଙ୍କୁ ପୋଲିସ ଫୋର୍ସ ମୁକୁଳାଇବାରେ ସକ୍ଷମ ହୋଇଥିଲେ।

ତେବେ ସ୍କୋରପିଓ ଗାଡିର କାଚ ଲୋକେ ଭାଗୀଦେଇଥିବାବେଳେ ଗାଡି ଭଙ୍ଗାରୁଜା କରିଛନ୍ତି। ଏହି ଚଢ଼ାଉ ରେ ଅବକାରୀ ବିଭାଗର ଓ ଆଇ ସି ଦିଲ୍ଲୀପ କୁମାର ରଥ, ପ୍ରମୋଦ କୁମାର ବାଣୁଆ, ଖଗେଶ୍ୱର ଖାକା ସମେତ କନେଷ୍ଟବଳ ଓ ଡିଭିଏଫ ଚଢ଼ାଉ ରେ ସାମିଲ ଥିଲେ। କୋରାପୁଟ ଜିଲ୍ଲାରେ ଗଂଜେଇ ଚାଷ ଓ ଏହାର ଚୋରା କାରବାର ଏତେ ପରିମାଣ ରେ ବୃଦ୍ଧି ପାଇଛି ଯେ, ସେମାନଙ୍କ ଆଗରେ ହାର ମାନିବାକୁ ପଡିଛି ଅବକାରୀ ଓ ପୋଲିସ ବିଭାଗକୁ। ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ଜିଲ୍ଲାରେ ପରିସ୍ଥିତି ଅନାୟତ ହେବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ। (କୋରାପୁଟରୁ ରାଜକିଶୋର ନାୟକଙ୍କ ରିପୋର୍ଟ ଏଏନ୍ଏସ ଓଡିଆ )

ଅନ୍ୟମାନଙ୍କୁ ଜଣାନ୍ତୁ।