You are currently viewing ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ବେପାରୀ, କୋଟିଏ ୨୦ ଲକ୍ଷ ଟଙ୍କାର ଧଳାଜହର ଜବତ

ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ବେପାରୀ, କୋଟିଏ ୨୦ ଲକ୍ଷ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର (ଏଏନଏସ)୨୧.୦୨.୨୦୨୨, ରାଜ୍ୟରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ଜାତୀୟ ରାଜପଥ-୧୬ ପାହାଳ ନିକଟରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାସହ ଘଟଣାରେ ସଂପୃକ୍ତ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ଏନେଇ ଏସଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବ୍ରାଉନସୁଗାର କାରବାର ହେଉଥିବା ନେଇ ଏସଟିଏଫ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ-୧୬ ପାହାଳ ନିକଟରେ ଚଢ଼ାଉ କରି ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ। ତାଙ୍କ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗାର ସହ ଏକ ଦାମୀ ବାଇକ ଜବତ କରିଛି ଏସଟିଏଫ୍। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହି ରାକେଟରେ ଆଉ କିଏ ସାମିଲ ରହିଛନ୍ତି ସେନେଇ ଖୋଳତାଡ କରୁଛି ଏସଟିଏଫ୍।

ଅନ୍ୟମାନଙ୍କୁ ଜଣାନ୍ତୁ।