You are currently viewing କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ

କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା-୦୪.୦୯.୨୦୨୧, ରାଜ୍ୟରେ ଏବେ ଧଳାଜହର କାରବାର ବଢିବାରେ ଲାଗିଛି । ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହେଉଛି । ଏନେଇ ଆଜି ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ସେଠାରୁ ଜଣେ ଛାତ୍ରଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କ୍ରାଇମଵ୍ରାଞ୍ଚ ଏସଟିଏଫ। ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମଵ୍ରାଞ୍ଚ ଏସଟିଏଫ ।
ସୂଚନା ଅନୁସାରେ, ଖୋର୍ଦ୍ଧା କୁମ୍ଭାରବସ୍ତା ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନସୁଗାର କାରବାର ନେଇ ଏସ୍‌ଟିଏଫ୍‌କୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ବିକ୍ରି ପାଇଁ ଡିଲ ବେଳେ ହଠାତ୍ ଏସ୍‌ଟିଏଫ୍‌ ଟିମ୍ ଚଢ଼ଉ କରି ବ୍ରାଉନସୁଗାର ଜବତ କରିବା ସହ ଛାତ୍ରଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।