You are currently viewing ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା(ଏଏନଏସ)୨୫.୦୧.୨୦୨୨, ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ବ୍ରାଉନସୁଗାର କାରବାର ।  ଧଳାଜହର କାରବାରକୁ ନିପାତ କରିବାକୁ ରାଜ୍ୟ ପୋଲିସ୍ ପକ୍ଷରୁ  ଅପରେସନ୍ ହ୍ୱାଇଟ୍ ସ୍ପାଇଡର ଆରମ୍ଭ ହୋଇଥିଲେ ମଧ୍ୟ ବେପାରୀ ମାନେ ପୋଲିସ କୁ ଚକମା ଦେଇ  ବେପାର କରିଚାଲିଛନ୍ତି । ଆଜି ଖୋର୍ଦ୍ଧା ସହରରେ ଏକ ପରିବା ଦୋକାନରେ ଚଢାଉ କରି ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଘଟଣାସ୍ଥଳରୁ ନଗଦ ଲକ୍ଷେ ଟଙ୍କା ଜବତ ହୋଇଛି।   ଏମାନଙ୍କ ଲିଙ୍କରେ ଥିବା ଅନ୍ୟ ସମସ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।