You are currently viewing ପୁରୀରୁ ୧୧ ଲକ୍ଷ ଟଙ୍କାର ଧଳାଜହର ଜବତ, ୨ ବେପାରୀ ଗିରଫ

ପୁରୀରୁ ୧୧ ଲକ୍ଷ ଟଙ୍କାର ଧଳାଜହର ଜବତ, ୨ ବେପାରୀ ଗିରଫ

ପୁରୀ(ଏଏନଏସ) ୦୪/୦୪, ପୁରୀରୁ ବିପୁଳ ପରିମାଣର ଧଳା ଜହର ଜବତ। ଘଟଣାରେ ସଂପୃକ୍ତ ଦୁଇ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫ୍ ମିଳିତ ଚଢାଉ କରିଥିଲା। ଚଢାଉ ବେଳେ ସେମାନଙ୍କ ନିକଟରୁ ୧୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏହା ସହ ନଗଦ ୧୧ ହଜାର ଟଙ୍କା ଓ ୬ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ । ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଦିୱନା ଗ୍ରାମର ସର୍ବେଶ୍ଵର ବେହେରା ବୋଲି ଜଣାପଡିଛି । ପୋଲିସ ଏହି ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।