You are currently viewing କଟକରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ(ଏଏନଏସ) ୨୬.୧୧.୨୦୨୧, କଟକରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍ । କଟକ ଲାଲବାଗ ଅଞ୍ଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ସଂପୃକ୍ତ ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ରାଜା ବସ୍ତିଆ ।
ସୁଚନାଅନୁସାରେ, ଅଭିଯୁକ୍ତ ଜଗତସିଂହପୁରରୁ ବ୍ରାଉନସୁଗାର ଆଣି କଟକରେ ବେପାର କରୁଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଚଢାଉ କରି ୨୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ୍ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଆଜି ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଗତ ଏକ ବର୍ଷ ଭିତରେ କଟକ ସହରରୁ ପ୍ରାୟ ୫ କେଜି ବ୍ରାଉନସୁଗାର ଜବତ କରାଯାଇଛି । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।