You are currently viewing ଡାକଘର କର୍ମଚାରୀଙ୍କ ଆତ୍ମହତ୍ୟା : ଭଡାଘରୁ ମିଳିଲା ଝୁଲନ୍ତା ମୃତଦେହ

ଡାକଘର କର୍ମଚାରୀଙ୍କ ଆତ୍ମହତ୍ୟା : ଭଡାଘରୁ ମିଳିଲା ଝୁଲନ୍ତା ମୃତଦେହ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଗଞ୍ଜାମ ଜିଲ୍ଲା ବୁଗୁଡା ଡାକଘର କର୍ମଚାରୀଙ୍କ ଆତ୍ମହତ୍ୟା । ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ବୁଗୁଡା ପୋଲିସ । ମୃତ କର୍ମଚାରୀ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ସୋରଣ ଗାଁର ରଶ୍ମିତା ବେହେରା । ସେ ଦୀର୍ଘ ୫ବର୍ଷ ଧରି ବୁଗୁଡା ପୋଷ୍ଟ ଅଫିସରେ କାମ କରିଆସୁଥିଲେ ।

ସୂଚନା ଅନୁଯାୟୀ, ଦୁଇ ମାସ ତଳେ ରଶ୍ମିତାଙ୍କ ନିର୍ବନ୍ଧ ହୋଇଥିଲା । ତେବେ ନିର୍ବନ୍ଧରେ ମିଳିଥିବା ନୂଆ ଶାଢି, ଚୂଡି ପିନ୍ଧି ସେ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ଏଥିସହ ଆତ୍ମହତ୍ୟାର କାରଣ ଏଯାବତ୍ ସ୍ପଷ୍ଟ ହୋଇପାରିନି ।

ଅନ୍ୟମାନଙ୍କୁ ଜଣାନ୍ତୁ।