You are currently viewing ଓଲଟିଲା ବସ୍‌; ଜଣେ ମୃତ, ୧୪ ଗୁରୁତର

ଓଲଟିଲା ବସ୍‌; ଜଣେ ମୃତ, ୧୪ ଗୁରୁତର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି | ତେବେ ସଂକ୍ରମଣ କମିବା ପରେ ରାଜ୍ୟରେ ସ୍ତିତି ସ୍ୱାଭାବିକ ହୋଇଛି | କିନ୍ତୁ ସଡକ ଦୁର୍ଘଟଣା ରାଜ୍ୟରେ ଚିନ୍ତାର କାରଣ ହୋଇଛି | ରାଜ୍ୟର ଅଲଗା ଅଲଗା ଅଲଗା ସ୍ଥାନରେ ବସ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି | ଗତକାଲି ରାତିରେ ବଲାଙ୍ଗିର ଟିଟିଲାଗଡ଼ ରାସ୍ତାରେ ବସ ଓଲଟି ୫ ଜଣ ଆହତ ହୋଇଛନ୍ତି | ରତାଖଣ୍ଡି ଢାବା ନିକଟରେ ବସ ଓଲଟିଥିବା ସୂଚନା ମିଳିଛି | ଭବାନୀପାଟଣାରୁ ଭୁବନେଶ୍ବରକୁ ଆସୁଥିଲା ବସ୍ | ଆହତ ଯାତ୍ରୀମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସେହିପରି ରାୟଗଡ଼ା ବିସମକଟକ ଥାନା ପୁରିକଣା ନିକଟରେ ‘ରଘୁନାଥ ବସ’ ନାମକ ଏକ ବସ୍‌ ଦୁର୍ଘଟଣାଗସ୍ତ ହୋଇଛି | ଦୁର୍ଘଟଣାରେ ୬ ଆହତ ହୋଇଥିବା ସୂଚନା ରହିଛି । ବସଟି ବଡ଼ମ୍ବା ନୟାଗଡ଼ରୁ ଜୟପୁର ଯାଉଥିଲା ।
ଆହତଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।