You are currently viewing ବସ ଓଲଟି ୫ମୃତ

ବସ ଓଲଟି ୫ମୃତ

  • Post category:ଓଡିଶା
  • Reading time:1 mins read

ମାଲକାନଗିରି(ଏଏନଏସ) ୧୩/୦୬, ମାଲକାନଗିରି ସୀମାନ୍ତରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ବିଜୟୱାଡାରୁ ଭବାନୀପାଟଣା ଯାଉଥିବା ବେଳେ ମାଲକାନଗିରି ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମପୁର ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ବସଟି ଓଲଟି ପଡିବା ଫଳରେ ୨ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ସମସ୍ତ ମୃତକ ଓଡିଶାର ବୋଲି ଜଣାପଡିଛି । ଅନ୍ୟ ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିସାô ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ପୋଲିସ ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ କାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।