You are currently viewing ଏପ୍ରିଲ୍‌ ୨୬ରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଏପ୍ରିଲ୍‌ ୨୬ରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଭୁବନେଶ୍ୱର(ଏଏନଏସ)୧୨/୦୩, କରୋନା ସଂକ୍ରମଣରେ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ବିଦ୍ୟାଳୟମାନଙ୍କରେ ପରୀକ୍ଷା କରିବାକୁ ସରକାର ନିଷ୍ପତି ନେଇଛନ୍ତି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ପରୀକ୍ଷାକୁ ଅଫଲାଇନ ମାଧ୍ୟମରେ କରାଯିବା ସହ ପାଖାପାଖି ୫୦ ଦିନ ଧରି ପରୀକ୍ଷା ଚାଲିବ । ଦଶମ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ପରୀକ୍ଷା ମେ’ ୨୪ରେ ସରୁଥିବା ବେଳେ ଦ୍ୱାଦଶ ପରୀକ୍ଷା ଜୁନ ୧୫ରେ ଶେଷ ହେବାକୁ ଯାଉଛି । ଏନେଇ ସିବିଏସ୍‌ଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ପିଲାଙ୍କ ସୁବିଧା ପାଇଁ ଏଥର ଦୁଇଟି ବିଷୟ ମାଧ୍ୟରେ ବଡ ବ୍ୟବଧାନ ରଖଯାଇଛି ଯଦ୍ୱାରା ପିଲାଙ୍କୁ ପଢିବା ପାଇଁ ଅଧିକ ସମୟ ମିଳିବ । ଜେଇଇ ମେନ୍ ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମୟ ଭିତରେ ଜେଇଇ ମେନ୍‌ ପରୀକ୍ଷା ମେ ୨୪ ରୁ ୨୯ ତାରିଖ ଭିତରେ ହେବ । ଗୋଟିଏ ଦିନରେ ଯେପରି ଦୁଇଟି ବିଷୟରେ ପରୀକ୍ଷା ନପଡେ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । କରୋନା ସଂକ୍ରମଣ ପାଇଁ ସମସ୍ତ ଗାଇଡଲାଇନ ମାଧ୍ୟମରେ ପରୀକ୍ଷା କରାଯିବାକୁ ନିଷ୍ପତି ନିଆଯାଇଛି । ମାସ୍କ ଓ ସାନିଟାଇଜର ସହ ପରୀକ୍ଷା ହଲକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।