You are currently viewing ଚଳଚଞ୍ଚଳ ରଥଖଳା

ଚଳଚଞ୍ଚଳ ରଥଖଳା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୩/୦୫, ଆଗେଇ ଚାଲିଛି ରଥକାର୍ଯ୍ୟ । ନିହଣ, ମୁଗର, ବାରିସି ମୋଡରେ ପ୍ରକମ୍ପିତ ହୋଇଉଠୁଛି ରଥଖଳା । ପ୍ରଥମେ ତିନି ରଥର ଚକ ନିର୍ମାଣ କାର୍ଯ କରାଯାଇଥାଏ । ତାଳଧ୍ୱଜ ରଥର ୧୪ଟି ତୁମ୍ବ ମଧ୍ୟରୁ ୩ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ୧୬ଟି ତୁମ୍ବ କାର୍ଯ୍ୟ ମଧ୍ୟ ଜାରି ରହିଛି । ସେହିପରି ଦର୍ପଦଳନ ରଥର ୧୨ ତୁମ୍ବ କାର୍ଯ୍ୟ ଶେଷ ହୋଇଯାଇଛି । ନୃସିଂହ ଚତୁର୍ଦ୍ଦଶୀ ଦିନ ଗଜ ଅନୁକୂଳ ହେବ । ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ଯନ୍ତଗାଡ ଖୋଲାଯିବ । ଶ୍ରୀ କ୍ଷେତ୍ରରେ ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଅଖ ସଂଯୋଗ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।