You are currently viewing ଚାକିରି ଦେବା ନାଆଁରେ ଠକେଇ,୩ ଗିରଫ

ଚାକିରି ଦେବା ନାଆଁରେ ଠକେଇ,୩ ଗିରଫ

ଭୁବନେଶ୍ୱର(ଏଏନଏସ)୦୫/୦୨: ଭୁବନେଶ୍ୱରରେ ବେଙ୍ଗାଳୁରୁ ପୋଲିସର ସ୍ବତନ୍ତ୍ର ଟିମ୍ । ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିବା ୩ଜଣ ଯୁବକ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ।  ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ ଏବଂ ଜଣେ ପୁନେର ।   ଏମାନେ ଆଇବିଏମ ସଫ୍ଟଓ୍ବେର କମ୍ପାନୀରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିଲେ ।

ସୂଚନା ଅନୁଯାୟୀ ବେଙ୍ଗାଲୁରୁ ପୋଲିସ ପାଇଁ ୨୦୧୮ ମସିହାରୁ ଏହି ୩ ଠକ ମୋଷ୍ଟ ଓ୍ୱାଣ୍ଟେଡ଼ ଥିଲେ ।ସେବେଠାରୁ ଏହି ଠକଙ୍କୁ ଖୋଜୁଥିଲେ ପୋଲିସ । ପ୍ରାୟ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ ସମସ୍ତ ଠକଙ୍କୁ ଖୋଜୁଥିଲା ପୋଲିସ । ତେବେ ଏହି କ୍ରମରେ ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ପୋଲିସ ସହାୟତାରେ ୩ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ବେଙ୍ଗାଲୁରୁ ପୁଲିସ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।