You are currently viewing ଆଜି ଛତିଶା ନିଯୋଗ ବୈଠକ: ରବିବାରରେ ବି ମିଳିବ ଜଗା ଦର୍ଶନ!

ଆଜି ଛତିଶା ନିଯୋଗ ବୈଠକ: ରବିବାରରେ ବି ମିଳିବ ଜଗା ଦର୍ଶନ!

ପୁରୀ(ଏଏନଏସ)୧୨/୦୩, ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସଂଧ୍ୟା ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜିର ବୈଠକରେ ଆଲୋଚନା ହେବ । ଏହାବ୍ୟତୀତ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ରବିବାର ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ଉଠାଇବା ନେବା ଉପରେ ମଧ୍ୟ ଆଲୋଚନା କରା ଯାଇପାରେ ବୋଲି ସୂଚନା ରହିଛି । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।