You are currently viewing ସୁନ୍ଦରଗଡରେ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁନ୍ଦରଗଡରେ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ, ୧୪/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଆଇଜିଏଚ୍ ସୁପର ସ୍ୱେସିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ପ୍ରାୟ ୬୦୦ କୋଟି ଟଙ୍କାର ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲରେ ମୋଟ ୪,୩,୩୩୩ କାର୍ଡଧାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ । ଏହି କାର୍ଡରୁ ପ୍ରାୟ ୧୫୯୬୩୧ ଲୋକ ଉପକୃତ ହେବେ । ରାଉରକେଲାରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ୬୮,୫୭୫ଟି ଦିଆଯିବ,ସୁନ୍ଦରଗଡ ମୁନିସିପାଲଟି ରେ ୫୪୦୭, ରାଜଙ୍ଗପୁର ମୁନିସିପାଲଟି ରେ ୮୭୯୧ ଏବଂ ବିରିମିତ୍ରାପୁର ମୁନିସିପାଲଟି ରେ ୬୫୧୪ଟି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏହା ପୂର୍ବରୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ବିଏସ୍‌କେୱାଇ ଅଧୀନରେ ରାଜ୍ୟରେ ୩.୫ କୋଟି ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ୯୬ ଲକ୍ଷ ପରିବାରର ୩.୫ କୋଟି ଲୋକଙ୍କୁ ପ୍ରଦାନ କରାଯିବ । ଏହି କାର୍ଡ ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଥିବା ବେଳେ ମହିଳା ସଦସ୍ୟ ମାନେ ଓଡିଶା ତଥା ବାହାରେ ୨୦୦ରୁ ଅଧିକ ଡାକ୍ତରଖାନାରେ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ସୁବିଧା ଯୋଗାଇ ଦେଇଥିବା ଓଡିଶା ଦେଶର ପ୍ରଥମ ରାଜ୍ୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।