You are currently viewing ଚକୋଲେଟରୁ ବ୍ୟାପୁଛି ଜୀବାଣୁ

ଚକୋଲେଟରୁ ବ୍ୟାପୁଛି ଜୀବାଣୁ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର ( ଏ ଏନ୍ ଏସ)୦୬/୦୫,କ୍ୟାଡବରୀ ଚକୋଲେଟକୁ ନେଇ ବଢୁଛି ଭୟ । ଚକୋଲେଟରୁ ଲିଷ୍ଟେରିଓସିସ ବ୍ୟାପିବା ଆଶଙ୍କା । ଏଥିରେ ବ୍ୟାକ୍ଟେରିଆ ସଂକ୍ରମଣ ଜନିତ ରୋଗ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଯାହାଫଳରେ ବ୍ରିଟେନ ବଜାରରୁ ହଟାଯାଉଛି କ୍ୟାଡବରୀ ଚକୋଲେଟ । ଲିଷ୍ଟେରିଆ ବ୍ୟାକ୍ଟେରିଆ ଭୟରେ କ୍ୟାଡବରୀ ଚକୋଲେଟ ସେବନ ଓ ବିକ୍ରି ଉପରେ ରୋକ ଲଗାଇଛନ୍ତି ବ୍ରିଟେନ ସରକାର । ବ୍ରିଟେନର ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ, ଯେଉଁ ବ୍ୟବସାୟୀ ସଂସ୍ଥା କ୍ୟାଡବରୀ ଚକୋଲେଟ କ୍ରୟ କରିଛନ୍ତି, ସେମାନେ ତୁରନ୍ତ ଏହାକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚକୋଲେଟ ମାଧ୍ୟମରେ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ କିଛି କ୍ଷେତ୍ରରେ ଏହି ସଂକ୍ରମଣର ଜଟିଳତା ଅଧିକ ଥିବାରୁ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।