You are currently viewing ଆଜି ସନ୍ଧ୍ୟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ସନ୍ଧ୍ୟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏଏନଏସ)୦୪.୦୧.୨୦୨୨, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ଦୁଇ ସହ ତଳକୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଛଅ ଶହ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ଏନେଇ ଆଜି ରାଜ୍ୟରେ କୋଭିଡ ଓ ଓମିକ୍ରନ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଲୋକସେବା ଭବନରେ ସମୀକ୍ଷା ବୈଠକ ବସିବ । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବାସ୍ଥ୍ୟ ସଚିବଙ୍କ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ ।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ଥିବାରୁ ଆହୁରି ଅଧିକ ଭୟ ବଢିଯାଇଛି। ଗୋଷ୍ଠୀ ସଂକ୍ରମଣ ହେବା ନେଇ ଆକଳନ କରାଯାଉଛି।
ସେହିପରି ରାଜ୍ୟରେ ଆଜି ଆଜି ରାଜ୍ୟରୁ ୬୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୧୧୯ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୩୯୭ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨୮୩ ଜଣ ଲୋକାଲ କେସ୍ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।