You are currently viewing ଟ୍ୱିନ ସିଟିରେ ଖୋଲିବ ସ୍ଵତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

ଟ୍ୱିନ ସିଟିରେ ଖୋଲିବ ସ୍ଵତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

ଭୁବନେଶ୍ୱର(ଏଏନଏସ) ୧୫.୧୨.୨୦୨୧, ଭୁବନେଶ୍ଵର-କଟକ କମିଶନରେଟ୍ ପୋଲିସ ଅଧିନରେ ଖୋଲିବ ସ୍ଵତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା। କମିଶନରେଟ୍ ଅଞ୍ଚଳରେ ୩ଟି ନୂଆ ଥାନାକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂମ୍ପର୍କିତ ବିଭିନ୍ନ ଅପରାଧ ସମ୍ପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବେ । ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ୱତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସପି, ୯ ଜଣ ଇନସପେକ୍ଟର, ୧୨ ଜଣ ସବ-ଇନସପେକ୍ଟର, ୩ ଜଣ ଏଏସଆଇ ଓ ୨୭ ଜଣ କନଷ୍ଟେବଳ ରହିବେ । ଏହିପରି ସମୁଦାୟ ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।