You are currently viewing ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ

ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୫/୦୨: ଭୁବନେଶ୍ୱର ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ। ସାଲିଆ ସାହିରେ ୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ଚଢ଼ାଉ ହୋଇଛି । ବେଆଇନ୍ ମଦ ତିଆରି ଫ୍ୟାକ୍ଟ୍ରି ଉପରେ ପୋଲିସ୍ ଆଜି ମିଳିତ ଭାବେ ଚଢ଼ାଉ କରିଥିବା ସୂଚନା ମିଳିଛି । ସହିଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ପୋଲିସର ମିଳିତ ଭାବେ  ଚଢାଉ କରିଛି।ଏହି ଚଢାଉରେ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି ପୋଲିସ। ୫ରୁ ଅଧିକ ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି କମିଶନରେଟ୍ ପୋଲିସ। ୩ ଟ୍ରକ ସାମଗ୍ରୀ ହାଣ୍ଡି, ପ୍ଲାଷ୍ଟିକ ବାଲ୍ଟିକୁ ନଷ୍ଟ କରିଛି ପୋଲିସ। ସୂଚନା ଥାଉ କି, ଦୀର୍ଘ ଦିନ ଧରି ସାଲିଆ ସାହି ଅଞ୍ଚଳରେ ବେଆଇନ୍ ମଦ ବିକ୍ରି ଓ ତିଆରି କରାଯାଉଥିଲା । ତେବ ଆଜି ସୂଚନା ପାଇ ପୋଲିସ୍ ସେଠାରେ ଚଢ଼ାଉ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।