You are currently viewing ବରଗଡ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ

ବରଗଡ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ

  • Post category:ଓଡିଶା
  • Reading time:1 mins read

ବରଗଡ(୨୪.୨.୨୩) : ବରଗଡ ସିଡିଏମଓଙ୍କ ବଡ ଅଭିଯୋଗ । କହିଛନ୍ତି ଜିଲ୍ଲାପାଳ ଦେଉଛନ୍ତି ମାନସିକ ନିର୍ଯ୍ୟାତନା । ଜିଲ୍ଲାପାଳଙ୍କ ଖରାପ ବ୍ୟବହାର ତାଙ୍କ ସ୍ୱାଭିମାନରେ ଆଞ୍ଚ ଆଣିଛିି ବୋଲି ସେ କହିଛନ୍ତି । ଏପରି ଘଟଣା ୨ ରୁ ୩ ଥର ଘଟିଥିବାରୁ ସେ ବାଧ୍ୟ ହୋଇ ସ୍ୱାସ୍ଥ୍ୟ ସଚିବ ଓ ସଭାପତି ଓମ୍ସାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ଲେଖିଛନ୍ତି ବରଗଡ ସିଡିଏମଓ ଚାରୁବାଳା ରଥ । ଜିଲ୍ଲାପାଳ ମୋନିସା ବାନାର୍ଜି ତାଙ୍କୁ ଅପଶବ୍ଦ କହି ବିନା କାରଣରେ ଗାଳିଗୁଲଜ କରୁଥିବା କଥା ସେ କହିଛନ୍ତି । ଏହି ଘଟଣା ଉପରେ ସ୍ୱାସ୍ଥ୍ୟ ସଚିବ ଓ ମୁଖମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବାପାଇଁ ଚାହିଁଛନ୍ତି ଚାରୁବାଳା । ଅତିଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରଗଡ ସିଡିଏମଓ । ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖିଥିବା ଚିଠି ସେ ପୂରା ଘଟଣାକୁ ବର୍ଣ୍ଣନା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।