You are currently viewing ପୁଟିନଙ୍କ ପାଇଁ ବଢିଲା ଚିନ୍ତା

ପୁଟିନଙ୍କ ପାଇଁ ବଢିଲା ଚିନ୍ତା

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ(୪.୪.୨୩) :   ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଏକ ବଡ ଝଟକା ଦେଇଛନ୍ତି । ଆମେରିକା ସହାୟତାରେ ଋଷର ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ନାଟୋର ୩୧ ତମ ସଦସ୍ୟ ଭାବେ ଯୋଗ ଦେଇଛି । ସେପଟେ ଋଷର ଅନେକ ପଡୋଶୀ ରାଷ୍ଟ୍ର ଏବେ ନାଟୋର ସଦସ୍ୟ ହେବା ଦୌଡରେ ସାମିଲ ହୋଇଛନ୍ତି । ଗତବର୍ଷରୁ ଲାଗିରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ୟୁରୋପର ସୁରକ୍ଷାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଫଳରେ ଋଷର ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ଓ ସ୍ୱିଡେନ ଋଷକୁ ଛାଡି ନାଟୋରେ ସାମିଲ ହେବାକୁ ପ୍ରେରିତ କରିଥିଲା । ‘ନାଟୋ’ର ସହଯୋଗୀ ତୁର୍କୀ ଓ ହଙ୍ଗେରୀ ବିଭିନ୍ନ କାରଣରୁ ନାଟୋ ଅଧିନକୁ ଆସିବା ପାଇଁ ଫିନଲାଣ୍ଡ ଓ ସ୍ୱିଡେନର ପ୍ରୟାସକୁ ଅବରୋଧ କରିଥିଲେ । କିନ୍ତୁ ଗତ ସପ୍ତାହାରେ ତୁର୍କୀ ସଂସଦ ଏହାର ଶେଷ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଫିନଲାଣ୍ଡ ସପକ୍ଷରେ ଭୋଟ ଦେଇଥିଲେ । ଏକ ବର୍ଷରୁ କମ ସମୟ ମଧ୍ୟରେ ନାଟୋରେ ଯୋଗଦେବା ପ୍ରକ୍ରିୟା ଶେଷ କରିବା ନାଟୋ ମେଣ୍ଟର ସାମ୍ପ୍ରତିକ ଇତିହାସରେ ସଦସ୍ୟତା ହାସଲ କରିବାର ଏକ ଦ୍ରୁତତମ ପ୍ରକ୍ରିୟା । ଏହି ଅବସରରେ ଫିନଲାଣ୍ଡର ବୈଦେଶିକ ମନ୍ତ୍ରୀ ଆଜି (ମଙ୍ଗଳବାର) ନାଟୋର ପ୍ରତିଷ୍ଠା ଚୁକ୍ତିର ରକ୍ଷକ ତଥା ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କୁ ଏକ ଆନୁଷ୍ଠାନିକ ଚୁକ୍ତିପତ୍ର ପ୍ରଦାନ କରିବେ ।  

ଅନ୍ୟମାନଙ୍କୁ ଜଣାନ୍ତୁ।