rahul

ଓଡିଶା ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର 

ଏଏନଏସ: ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ | କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ କଂଗ୍ରେସ ପାଇଁ ପ୍ରଚାର କରିବେ ରାହୁଲ | ଏନେଇ ଓଡିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି | ସେ କହିଛନ୍ତି, ଆସନ୍ତାକାଲି ଭିତରେ ରାହୁଲଙ୍କ କାର୍ଯ୍ୟକ୍ରମ ଫାଇନାଲ ହେବ | ସେହିପରି ବଲାଙ୍ଗୀରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ଆସି ପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଛି |

 

ଅନ୍ୟମାନଙ୍କୁ ଜଣାନ୍ତୁ।