You are currently viewing ଗୋମାଂସ ବୋଝେଇ କଣ୍ଟେନର ଜବତ

ଗୋମାଂସ ବୋଝେଇ କଣ୍ଟେନର ଜବତ

ଖୋର୍ଦ୍ଧା (ଏଏନଏସ) ୧୫/୦୧: ଖୋର୍ଦ୍ଧାରୁ ୨୪ ଟନ୍ ଗୋମାଂସ ବୋଝେଇ କଣ୍ଟେନର ଜବତ ।  ଏହା ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ୍ ଚିଲି ନିକଟରୁ ଜବତ ହୋଇଛି। ସୂଚନା ଅନୁଯାୟୀ ଶନିବାର ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ କଣ୍ଟେନରରେ ୨୪ ଟନ୍ ଗୋମାଂସ ଚାଲାଣ ହେଉଥିଲା । ଏ ନେଇ ଖବର ପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ୍ ଚିଲି ନିକଟରେ ଅଟକାଇଥିଲେ ।  ଏଥିରେ ଗୋମାଂସ ଚାଲାଣଥିବା ଜଣାପଡିବା ପରେ ଏହାକୁ ଜବତ କରି ପୋଲିସରେ ଜିମାରେ ଦେଇଥିଲେ ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି କଣ୍ଟେନର ଡ୍ରାଇଭରକୁ ଅଟକ ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।