You are currently viewing ଚୁଲା ଭଙ୍ଗା ଘଟଣା ଚାଲିଛି ତଦନ୍ତ

ଚୁଲା ଭଙ୍ଗା ଘଟଣା ଚାଲିଛି ତଦନ୍ତ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୫/୦୪, ଗତ ଦୁଇଦିନ ତଳେ ଶ୍ରୀମନ୍ଦିର ବେଢା ଭିତାରେ ପଶି କୌଣସି ଦବୁର୍ତ୍ତ ରୋଷଘରେ ଥିବା ୪୦ରୁ ଉର୍ଦ୍ଧ ଚୁଲାକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁବୁର୍ତ୍ତ ମାନଙ୍କୁ ଧରିବା ପାଇଁ ଜିଲ୍ଲା ପ୍ରଶାସନ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଘଟଣା ଦିନ ମନ୍ଦିର ବେଢାରେ କାର୍ଯ୍ୟରତ ଥିବା ୪ଜଣ ଜଗନ୍ନାଥ ମନ୍ଦିର ପୋଲିସଙ୍କୁ ପଚରାଉଚରା କରୁଛି ସିଂହଦ୍ୱାର ଥାନା ପୋଲିସ । ୪ଜଣଙ୍କ ମଧ୍ୟରୁ ଜଣେ ବାଟ ଅଗଣା ଓ ଅନ୍ୟ ଜଣେ ନାଟ୍ୟ ମଣ୍ଡପ ଦାୟିତ୍ୱରେ ଥିଲେ ସିସିଟିଭି କ୍ୟାମେରାରୁ କଏଦ ହୋଇଥିବା ସନ୍ଦିଗ୍ଧଙ୍କ ଫଟୋ ଧରି ପୋଲିସ ଛାନଭିନ ଚଳାଇଛି ।

ଏତଦ୍ ବ୍ୟତୀତ ସେଇ ଦିନ ଶ୍ରୀଜିଉଙ୍କ ନୀତୀକ।ନ୍ତିରେ ଜଡିତ ଥିବା ସେବାୟତଙ୍କୁ ସନ୍ଦିଗ୍ଧଙ୍କ ଫଟୋର ଦେଖାଇ ପଚରାଉଚରା କରୁଛି ପୋଲିସ । ଏଠାରେ ସୂଚନାଯୋଗ୍ୟ ରୋଷଘର ଚୁଲା ଭଙ୍ଗା ଯିବା ପରଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତୀକ।ନ୍ତିରେ ଅହେତୁକ ବିଳମ୍ବ ଦେଖାଦେଇଥିଲା । ଯାହାଫଳରେ ଭକ୍ତମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ଜଗନ୍ନାଥ ମନ୍ଦିର ପରିସରରେ ବର୍ଷର ଅର୍ଦ୍ଧାଧିକ ସମୟ ନୀତିରେ ବିଭ୍ରାଟ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଲାଗିରହିଵା ଦେଶ ଓ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।