You are currently viewing ୧୧ ଲକ୍ଷ ଖର୍ଚ୍ଚ କରି ମଣିଷରୁ ହେଲେ କୁକୁର

୧୧ ଲକ୍ଷ ଖର୍ଚ୍ଚ କରି ମଣିଷରୁ ହେଲେ କୁକୁର

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେକି ନିଜର ଅଜବ ସଉକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜ ଇଚ୍ଛା ଅନୁସାରେ ସବୁକିଛି କରିବାକୁ ଭଲପାଆନ୍ତି । ହେଲେ କେବେ ଶୁଣିଛନ୍ତିକି ମଣିଷ ଚାହୁଁଛି କୁକୁର ହେବା ପାଇଁ । ଏହାଶୁଣିଲା ପରେ ହୁଏତ ଆପଣ ଏକଥାକୁ ହସରେ ଉଡାଇ ଦେଇ ପାରନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଜଣେ ବ୍ୟକ୍ତି ନିଜକୁ କୁକୁରରେ ପରିଣତ କରିବା ପାଇଁ ଖର୍ଚ୍ଚ କରିଛନ୍ତି ୧୧ ଲକ୍ଷ ଟଙ୍କା । ଏହି ଅସାଧାରଣ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜାପାନର । ତେବେ ସେ କୁକୁର ଜୀବନ ବଞ୍ଚିବା ପାଇଁ ଏଭଳି ଇଚ୍ଛା କରିଥିଲେ । ସେଥିପାଇଁ ସେ ୧୧ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁରରେ ବଦଳିଛନ୍ତି । ତୋକୋ ନାମକ ଏହି ବ୍ୟକ୍ତିଙ୍କର ଏଭଳି ଇଚ୍ଛା ସଂପର୍କରେ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବ । ତାଙ୍କ କହିବା ଅନୁସାରେ ପିଲାଦିନରୁ ସେ ପଶୁମାନଙ୍କୁ ବହୁତ ଭଲପାଆନ୍ତି । ବିଶେଷକରି କୁକୁର ମାନଙ୍କ ପ୍ରତି ତାଙ୍କର ବହୁତ ଦୁର୍ବଳତା ଅଛି । ତେଣୁ ସେ ନିଜର ରୂପ ବଦଳାଇବା ପାଇଁ ଏକ ସ୍ୱତନ୍ତ୍ର ୱାର୍କସପ୍‌କୁ ଯାଇ ନିଜ ପାଇଁ ଏକ ବାସ୍ତବିକ କୁକୁର ପୋଷାକ ତିଆରି କରିବାକୁ ବରାଦ କରିଥିଲେ । ଏହାକୁ ପିନ୍ଧିବା ପରେ କୌଣସି ମଣିଷ ଚିହ୍ନିପାରିବେ ନାହିଁ ଯେ ସେ ପ୍ରକୃତରେ ମଣିଷ ନା କୁକୁର । କାରଣ ସେ ପ୍ରକୃତରେ ଏକ କୁକୁର ଭଳି ଦେଖାଯାଉଛନ୍ତି । ଏହାକୁ ପିନ୍ଧି ସେ କୁକୁରର ରୂପକୁ ଉପଭୋଗ କରୁଛନ୍ତି । ଏହି ପୋଷାକ ତିଆରି କରିବା ପାଇଁ ସେ ୨ ମିଳିୟନ ୟେନ ଯାହା ଭାରତୀୟ ମୁଦ୍ରାରେ ୧୧ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ବହୁ ପରିଶ୍ରମ କଲାପରେ ୪୦ ଦିନପରେ କମ୍ପାନୀ ଏହି ପୋଷାକକୁ ପ୍ରସ୍ତୁତ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।