You are currently viewing ଆଜି ୮୬୮ କରୋନା ପଜିଟିଭ ଚିହ୍ନଟ, ୧୦୪ ଜଣ ୧୮ ବର୍ଷରୁ କମ୍‌

ଆଜି ୮୬୮ କରୋନା ପଜିଟିଭ ଚିହ୍ନଟ, ୧୦୪ ଜଣ ୧୮ ବର୍ଷରୁ କମ୍‌

ଭୁବନେଶ୍ୱର-୧୬.୦୮.୨୦୨୧ , ରାଜ୍ୟରେ କମିଲା କରୋନା ଆକ୍ରାନ୍ତ ସଂଖ୍ୟା । ଆଜି ରାଜ୍ୟରୁ ୮୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦୪ ଜଣ ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ । ସଙ୍ଗରୋଧ କେନ୍ଦ୍ରରୁ ୫୦୭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୬୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩, ସୁସ୍ଥ ସଂଖ୍ୟା- ୯ ଲକ୍ଷ ୭୮ ହଜାର ୨୪୦ , ସମୁଦାୟ ସକ୍ରିୟ ସଂଖ୍ୟା ୧୦ ହଜାର ୧୮୭, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୦୪୩ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।