You are currently viewing ଆଜି ରାଜ୍ୟରୁ ୫୮୫ କରୋନା ପଜିଟିଭ ଚିହ୍ନଟ, ୫ ମୃତ

ଆଜି ରାଜ୍ୟରୁ ୫୮୫ କରୋନା ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ୱର-୨୬.୦୯.୨୦୨୧, ଆଜି ରାଜ୍ୟରୁ ୫୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୭୯ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେଣ୍ଟାଇନରେ ହୋଇଥିବା ବେଳେ ୨୪୩ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୧୦ ହଜାର ୧୮୩ , ସମୁଦାୟ ସକ୍ରିୟ ସଂଖ୍ୟା ୫ ହଜାର ୯୦୯ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୬ ଆକ୍ରାନ୍ତ ଚିହ୍ନଟ ।
ସେହିପରି ଗତ ୨୪ ଘଣ୍ଟାରେ ଆଉ ୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ୨ ଜଣ, କେନ୍ଦୁଝର, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।