You are currently viewing ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର-୧୦.୧୦.୨୦୨୧ , ଆଜି ରାଜ୍ୟରୁ ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୯୨ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୩୮୦ ଜଣ କ୍ୱାରେଣ୍ଟାଇନରେ ହୋଇଥିବା ବେଳେ ୨୭୨ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬, ସୁସ୍ଥ ସଂଖ୍ୟା- ୧୦ଲକ୍ଷ ୧୭ ହଜାର ୩୧୧ , ସମୁଦାୟ ସକ୍ରିୟ ସଂଖ୍ୟା ୫୦୮୩ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ ଆକ୍ରାନ୍ତ ଚିହ୍ନଟ ।
ସେହିପରି ଗତ ୨୪ ଘଣ୍ଟାରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫, ଅନୁଗୁଳ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୪୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।