You are currently viewing ଆଜି ରାଜ୍ୟରୁ ୨୪୭ କରୋନା ପଜିଟିଭ ଚିହ୍ନଟ,୨ ମୃତ

ଆଜି ରାଜ୍ୟରୁ ୨୪୭ କରୋନା ପଜିଟିଭ ଚିହ୍ନଟ,୨ ମୃତ

ଭୁବନେଶ୍ୱର(ଏଏନଏସ) ୧୩.୧୧.୨୦୨୧, ଆଜି ରାଜ୍ୟରୁ ୨୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୩୭ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୦୩ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୨୦୯, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୩୩ ହଜାର ୯୯୧, ସମୁଦାୟ ସକ୍ରିୟ ସଂଖ୍ୟା ୨ ହଜାର ୭୯୦  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୫ ଜଣ ଆକ୍ରାନ୍ତ ଚିହ୍ନଟ ।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୩୭୫କୁ ବୃଦ୍ଧି ପାଇଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।