You are currently viewing ଶିଶୁ ଓ ନାବାଳକଙ୍କୁ ଦିଆଯିବ କରୋନା ଟିକା;ଟ୍ରାଏଲ ପାଇଁ ଅନୁମତି ଦେଲା DCGI

ଶିଶୁ ଓ ନାବାଳକଙ୍କୁ ଦିଆଯିବ କରୋନା ଟିକା;ଟ୍ରାଏଲ ପାଇଁ ଅନୁମତି ଦେଲା DCGI

ଭୁବନେଶ୍ୱର -୧୩.୦୫.୨୦୨୧, କରୋନା ମହାମାରୀର ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଛି । କରୋନା ମହାମାରୀର ବ୍ୟାପକ ସଂକ୍ରମଣକୁ ରୋକିବାକୁ ହେଲେ ସବୁ ବର୍ଗଙ୍କୁ ଟିକାକରଣରେ ସାମିଲ କରିବାକୁ ପଡିବ । ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷଙ୍କୁ ଟିକା ଦିଆଯାଉଛି । ସଂକ୍ରମଣକୁ ରୋକିବା ପାଇଁ ଖୁବଶୀଘ୍ର ଶିଶୁ ଓ ନାବାଳକ ୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ କରୋନା ଟିକା। ଭାରତ ବାୟୋଟେକକୁ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଭାରତ ବାୟୋଟେକକୁ ଅନୁମତି ପ୍ରଦାନ କଲା DCGI । ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ଦିଆଯାଇଛି। ୫୨୫ ଜଣ ସ୍ବେଚ୍ଛାସେବୀଙ୍କଠାରେ ହେବ ପରୀକ୍ଷା ।

ଅନ୍ୟମାନଙ୍କୁ ଜଣାନ୍ତୁ।