You are currently viewing ଆଜି ରାଜ୍ୟରୁ ୨୨୧ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୨୨୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଏଏନଏସ) ୨୯.୧୨.୨୦୨୧, ଆଜି ରାଜ୍ୟରୁ ୨୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୯୨ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୩୮୧, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୪୪ ହଜାର ୨୭୮, ସମୁଦାୟ ସକ୍ରିୟ ସଂଖ୍ୟା ୧ ହଜାର ୫୯୩  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।