You are currently viewing ରାଜ୍ୟରେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ 

ରାଜ୍ୟରେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ 

ଭୁବନେଶ୍ୱର(ଏଏନଏସ)୦୯.୦୧.୨୦୨୨,  ରାଜ୍ୟରେ  ଭାବେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ।   ଆଜି ରାଜ୍ୟରୁ ୪୭୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୪୧୬ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୨୭୫୫ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୯୫୯ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୪୬ ହଜାର ୨୩୧, ସମୁଦାୟ ସକ୍ରିୟ ସଂଖ୍ୟା ୧୬ ହଜାର ୧୧୭  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।