You are currently viewing ଆଜି ରାଜ୍ୟରୁ ୫୩୪ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ

ଆଜି ରାଜ୍ୟରୁ ୫୩୪ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର(ଏଏନଏସ)୧୯.୦୨.୨୦୨୨, ଆଜି ୫୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୨୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୪୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୯୮୯, ସୁସ୍ଥ ସଂଖ୍ୟା- ୧୨ ଲକ୍ଷ ୬୫ ହଜାର ୮୪୩, ସମୁଦାୟ ସକ୍ରିୟ ସଂଖ୍ୟା ୭ ହଜାର ୯୯ | ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜ୍ୟରେ ୧୮ ଜଣଙ୍କ ଜୀବନ ନେଲା କରୋନା । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୮ ଜଣ, ଭୁବନେଶ୍ୱରରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, ଅନୁଗୁଳ, ଗଞ୍ଜାମ, ବାଲେଶ୍ୱର ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।