You are currently viewing କରୋନା ନେଲା ୬୬ ଜଣଙ୍କ ଜୀବନ

କରୋନା ନେଲା ୬୬ ଜଣଙ୍କ ଜୀବନ


ଭୁବନେଶ୍ୱର,୨୧/୦୮: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୧୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୮୯ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ,କଟକରୁ ୧୦ , ଢେଙ୍କାନାଳରୁ ୮ ,କେନ୍ଦ୍ରପଡାରୁ ୭ ,ଅନୁଗୁଳ ଏବଂ ଯାଜପୁରରୁ ୬ , ଭଦ୍ରକରୁ ୫ ,ବାଲେଶ୍ୱରରୁ ୪ , ଖୋର୍ଦ୍ଧାରୁ ୩ ,କେନ୍ଦୁଝର,ମୟୁରଭଞ୍ଜ ,ନୟାଗଡ,ରୁ ୨ ଜଣ ଲେଖାଏଁ ରହିଛନ୍ତି । ମୋଟ ୧୦୦୦୦୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ମାମଲା ୯୪୯୭ଟି ରହିଥିବା ବେଳେ ୯୮୨୩୪୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।