You are currently viewing କରୋନା ନେଲା ୬୮ ଜୀବନ

କରୋନା ନେଲା ୬୮ ଜୀବନ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୨୮/୦୮: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୬ ଜଣଙ୍କ ମୃତ୍ୟୁ ହୋଇଥିବା ବଳେ ୭୭୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧିପାଇଛି । ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨୫ ଜଣ କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୭ ,ଜଗତସିଂହପୁରରୁ ୬ ଜଣ, ଅନୁଗୁଳ ଓ ମୟୁରଭଞ୍ଜ ରୁ ୫ ଜଣ । ବାଲେଶ୍ୱର,ଭଦ୍ରକ,ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ ଜିଲ୍ଲାରୁ ୨ ଜଣ । ବୌଦ୍ଧ,ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛିନ୍ତି । ସକ୍ରିୟ ମାମଲା ୭୯୯୬ଟି ରହିଥିବା ବେଳେ ୯୮୯୮୪୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।