You are currently viewing ଫେବ୍ରୁଆରୀରେ ପିକ୍ ନେଇପାରେ ତୃତୀୟ ଲହର !

ଫେବ୍ରୁଆରୀରେ ପିକ୍ ନେଇପାରେ ତୃତୀୟ ଲହର !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୮.୧୨.୨୦୨୧,  ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଏହାର ସଂକ୍ରମଣ ବଢ଼ିଚାଲିଛି । ଓଡ଼ିଶାରେ ଫେବ୍ରୁଆରୀରେ ତୃତୀୟ ଲହର ପିକ୍ ନେଇପାରେ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା ।  ଏବେ ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ । ତେବେ  ଖୁବଶୀଘ୍ର ଓଡିଶା ଆସିବ । ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍ ନେଇପାରେ । ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକା କରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି ।  ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡ଼ିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ରହିଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।