You are currently viewing କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ

କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ

  • Post category:ଓଡିଶା
  • Reading time:1 mins read

ପୁରୀ-୨୩.୦୪.୨୦୨୧(ଅନନ୍ତ ସିଂ), ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍  ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସେହିଭଳି ସଂକ୍ରମିତ ରୋଗ ଚିକିତ୍ସାଳୟରେ ୧୩୦ଟି ଶଯ୍ୟା, ୧୫ଟି ଆଇସିୟୁ ଓ ୨୦୦ଟି ଅକ୍ସିଜେନ ସିଲିଣ୍ତର ରହିଛି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ, ହସପିଟାଲ ପରିଚାଳକ ଡଃ ଦେବଦୁଲ୍ଲଭ ନାୟକ, ଡାକ୍ତର, ପାରାମେଡିକ୍ସ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।