You are currently viewing ଆଜି ରାଜ୍ୟରୁ ୪୪ ଜୀଵନ ନେଲା କରୋନା

ଆଜି ରାଜ୍ୟରୁ ୪୪ ଜୀଵନ ନେଲା କରୋନା

ଭୁବନେଶ୍ୱର-୧୬.୦୬.୨୦୨୧, ରାଜ୍ୟରେ ଆଜି କରୋନାରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ, ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୪ ଜଣ ଲେଖାଏଁ, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ବରଗଡ଼, ବୌଦ୍ଧ, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୪୩୨କୁ ବୃଦ୍ଧି ପାଇଛି ।ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୩ ହଜାର ୫୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।