You are currently viewing ଖବର କାଗଜ ହକରମାନଙ୍କୁ କୋଭିଡ ସହାୟତା‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଖବର କାଗଜ ହକରମାନଙ୍କୁ କୋଭିଡ ସହାୟତା‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏଏନଏସ) ୨୩.୧୨.୨୦୨୧, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଖବର କାଗଜ ହକରମାନଙ୍କୁ ସେମାନଙ୍କର କୋଭିଡ ସହାୟତା‌ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ରାଜ୍ୟରେ ମୋଟ ୭୨୫୯ ଜଣ ପଞ୍ଜୀକୃତ ହକରଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି । ଏହି ସହାୟତା ବାବଦକୁ ମୋଟ ୪ କୋଟି ୩୫ ଲକ୍ଷ ୫୪ ହଜାର ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ସେହିପରି ହକରଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା। ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା, ଅକର୍ମଣ୍ୟ ହେଲେ ଦେଢ଼ ଲକ୍ଷ ଟଙ୍କାର ସହାୟତା ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।