You are currently viewing ଆଟ୍ ରିସ୍କ ଦେଶରୁ ଆସିଥିବା ୪ ଜଣ କରୋନା ପିଜିଟିଭ୍ ଚିହ୍ନଟ

ଆଟ୍ ରିସ୍କ ଦେଶରୁ ଆସିଥିବା ୪ ଜଣ କରୋନା ପିଜିଟିଭ୍ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୮.୧୨.୨୦୨୧, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି । ଓଡ଼ିଶାରେ କୌଣସି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ। ଏବେ ଓଡ଼ିଶାରେ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଛି।
ବିଦେଶରୁ ଫେରିଥିବା ବ୍ୟକ୍ତି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟକୁ ଆଟ ରିସ୍କ ଦେଶରୁ ଫେରିଥିବା ୯୮୨ ଜଣଙ୍କ ମଧ୍ୟରୁ ୪ ଜଣ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ତେବେ ୪ ଜଣଙ୍କର ସାମ୍ପୁଲ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଏମାନଙ୍କ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବାକୁ ଯାଉଛି ଯେ ପ୍ରକୃତରେ ଏମାନେ କରୋନାର କେଉଁ ଭ୍ୟାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତେବେ ବିଦେଶ ଫେରନ୍ତାଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ରାଜ୍ୟ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।