You are currently viewing ୨୪ ଘଣ୍ଟାରେ ବାହାରିଲେ ୧୧୨୨ କୋଭିଡ ପଜିଟିଭ

୨୪ ଘଣ୍ଟାରେ ବାହାରିଲେ ୧୧୨୨ କୋଭିଡ ପଜିଟିଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏନଏସ)୨୦/୦୭, ରାଜ୍ୟରେ କ୍ରମାଗତ ଭାବେ ତିନି ଦିନ ସଂକ୍ରମଣ କମିବା ପରେ ପୁଣି କରୋନା ମାରିଛି ଲମ୍ବା ଡିଆଁ । ହଜାରେ ଡେଇଁଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୧୨୨ ନୂଆ କେସ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ନୂଆ କେସ ଚିହ୍ନଟ ହୋଇଛନ୍ତି । ସଙ୍ଗୋରୋଧରୁ ୬୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୬୪ ଚିହ୍ନଟ ହୋଇଛନ୍ତି । ୧୮ରୁ କମ୍ ବୟସ ବର୍ଗରୁ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୯୭, ୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୨ ଜଣ, ବରଗଡ ଜିଲ୍ଲାରୁ ୮ ଜଣ, ଭଦ୍ରକରୁ ୧୨ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।