You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୬୪୪ କରୋନା ପଜିଟିଭ ଚିହ୍ନଟ ଏବଂ ୭ ମୃତ ।
୨ . ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ,ଏନେଇ ପୁରୀ ଜିଲ୍ଲାପାଳଙ୍କ ସୂଚନା ।
୩ . ଚଳିତବର୍ଷ ଡିସେମ୍ବର ୧୬ରୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ସଟିଇଟି) , ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
୪ . ଏସସିବିରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ, ମୃତକ ନିଶ୍ଚିତକୋଇଲି ଅଞ୍ଚଳର ସୂଚନା ।
୫ . ସମ୍ବଲପୁର ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।
୬ . ମାଲକାନଗିରି ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ, IIC ସୁଶାନ୍ତ ସାହୁଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
୭ . ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ ନିକଟ କରିମିଟି ଗାଁ ନିକଟରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।
୮ . ବ୍ରଜରାଜନଗର ଟ୍ରିପଲ ମର୍ଡର ମାମଲା, ଏକ କୂଅ ଭିତରୁ ନିଖୋଜ ସ୍ବାମୀର ମୃତ ଦେହ ଉଦ୍ଧାର, ତଦନ୍ତ ଜାରି ।
୯ . ଭଞ୍ଜନଗର ଲାଠିପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ନୀଳକଣ୍ଠ ବସ୍, ୧୨ ଆହତ ।
୧୦ .ସେପ୍ଟେମ୍ବର ୨୪ ସନ୍ଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା, ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।