You are currently viewing ରଥଯାତ୍ରା ପାଇଁ ଆସନ୍ତାକାଲିଠାରୁ ହେବ କୋଭିଡ ଟେଷ୍ଟ

ରଥଯାତ୍ରା ପାଇଁ ଆସନ୍ତାକାଲିଠାରୁ ହେବ କୋଭିଡ ଟେଷ୍ଟ

ପୁରୀ-୦୭.୦୭.୨୦୨୧(ଅନନ୍ତ ସିଂ), ପାଖେଇ ଆସୁଛି ରଥଯାତ୍ରା । ରଥଯାତ୍ରା ପୂର୍ବରୁ ୩ ହଜାର ସେବାୟତ ଓ ୧ ହଜାର କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରଥଯାତ୍ରା ପାଇଁ ସବୁ ବିଭାଗ ନିଜ ନିଜର ପ୍ରସ୍ତୁତି ଶେଷ କରିଛନ୍ତି । ରଥନିର୍ମାଣ କାର୍ଯ୍ୟ ୯୫ପ୍ରତିଶତ ଶେଷ ହୋଇଛି । ଚିତ୍ରକାରମାନେ ଶେଷ ପର୍ଯ୍ୟାୟ କାମ କରୁଛନ୍ତି । ଆସନ୍ତା ୮ ତାରିଖରୁ ୩୦୦୦ ସେବାୟତ ଓ ୧୦୦୦ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କ ଆରଟିପିସିଆର(RTPCR) ଟେଷ୍ଟ କରାଯିବ । ବଡ଼ଦାଣ୍ଡରେ ସେବାୟତଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ବିଶ୍ରାମସ୍ଥଳ,ପାନୀୟ ଜଳର ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଗତକାଲି ଅପରାହ୍ନରେ ଜିଲ୍ଲାପାଳ ରଥଖଳାକୁ ଆସି କାର୍ଯ୍ୟର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ଚଳିତ ବର୍ଷ କୋରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେଉଛି । ଲୋକେ ନଜ ଘର ଛାତ ଉପରୁ ମଧ୍ୟ ରଥଯାତ୍ରା ଦେଖି ପାରିବେ ନାହିଁ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।