You are currently viewing ରୋଷେଇ ଘରେ ପଶି ଭାତ ଖାଇଲା ହାତୀ

ରୋଷେଇ ଘରେ ପଶି ଭାତ ଖାଇଲା ହାତୀ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ (୨୮.୦୧.୨୩) : ଢେଙ୍କାନାଳ ହିନ୍ଦୋଳ ରେଞ୍ଜ କୁନୁଆ ଗାଁରେ ହାତୀ ଆତଙ୍କ । ଘର ଭାଙ୍ଗି ହାଣ୍ଡିରୁ ଭାତ ଖାଇବା ଦୃଶ୍ୟ ସାମ୍ନାକୁ ଆସିଛି । କୁନୁଆ ଗାଁର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଫାଙ୍କାରେ ଶୁଣ୍ଡ ପୁରେଇ ହାଣ୍ଡିରୁ ଭାତ ଖାଉଥିବା ଦେଖିବାକୁ ମଳିଛି । ଚାଳ ଛପର ଘର ଭାଙ୍ଗିବା ସହ ରୋଷେଇ ଘର ଫାଙ୍କରେ ହାତୀଟି ଶୁଣ୍ଢ ଗଳେଇ ଭାତ ହାଣ୍ଡି ଟେକି ନେଉଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ହାତୀ । ବାରମ୍ବାର ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଛି । ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଉନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ପାଟକରି ହାତୀକୁ ଘଉଡ଼େଇବାରେ ସକ୍ଷମ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।