You are currently viewing ଆଜିଠାରୁ ସେବାୟତଙ୍କ କରୋନା ଟେଷ୍ଟ ଆରମ୍ଭ

ଆଜିଠାରୁ ସେବାୟତଙ୍କ କରୋନା ଟେଷ୍ଟ ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, କରୋନା ସଂକ୍ରମଣ କାରଣରୁ ଦୀର୍ଘଦିନ ଶ୍ରୀମନ୍ଦିର ବନ୍ଦ ରହିଥିଲା । ତେବେ ଗତ କିଛି ଦିନ କରୋନା ସଂକ୍ରମଣ କମ ହେବାରୁ ଶ୍ରୀମନ୍ଦିରକୁ ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିଦିଆଯାଇଛି । ତେବେ କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଅସନ୍ତୋଷ କାରଣରୁ ଗତ ୨୧ ତାରିଖରୁ କୋଭିଡ କଟକଣା ଉଠେଇ ଦିଆଯାଇଥିଲା । କୋଭିଡ କଟକଣା ଉଠାଇଦେବା ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ପୁଣି ଥରେ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଦିନକୁ ପ୍ରାୟ ୫୦ ଜଣ ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଏହି କୋଭିଡ୍ ଟେଷ୍ଟ ଗ୍ରାଣ୍ଡରୋଡ୍ ହିନ୍ଦି ବିଦ୍ୟାପୀଠରେ ଆସନ୍ତା ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ସୁଆରମହାସୁଆର ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ପରେ ପୁଷ୍ପାଳକ ନିଯୋଗ, ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି ନିଯୋଗ ଆଦି ବିଭିନ୍ନ ନିଯୋଗର ସେବାୟତଙ୍କର ପର୍ଯ୍ୟାୟକ୍ରମେ କୋଭିଡ ଟେଷ୍ଟ କରାଯିବ । ପ୍ରାୟ ତିନି ହଜାର ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।